Jump to content

Wq/or/ରଚନାବଳୀ/ମଧୁସୂଦନ ରାଓ/କି ସୁନ୍ଦର ଆହା

From Wikimedia Incubator
Revision as of 15:42, 21 December 2018 by 2402:3a80:a5c:d2f6:0:30:e941:e801 (talk)
(diff) ← Older revision | Latest revision (diff) | Newer revision → (diff)

ମଧୁସୂଦନ ରାଓ > କି ସୁନ୍ଦର ଆହା


କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ॥ ସୂର୍ଯ୍ୟ, ଚନ୍ଦ୍ର, ତାରା ତୁମ୍ଭର ଆଜ୍ଞାରେ ବରଷନ୍ତି ଜ୍ୟୋତିରାଶି, ତୁମ୍ଭରି କୁସୁମ ପ୍ରତି ପ୍ରଭାତରେ ହସଇ ଆନନ୍ଦେ ଭାସି ॥ ପିତା ମାତା ବନ୍ଧୁ ଭାଇ ଭଗିନୀର ହୃଦୟେ ଦେଇଛ ପ୍ରୀତି, ତେଣୁ ମୁଁ ସଂସାରେ ରହିଛି ଆନନ୍ଦେ ସୁଖ ଭୁଞି ନିତି ନିତି ॥ ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର ବିରାଜ ନିତ୍ୟ ତହିଁରେ, ସତ୍ୟ ପଥେ ରହି ତୁମ୍ଭରି ଆଶ୍ରାରେ ଯାଉ ମୋ ଦିନ ମହୀରେ