Jump to content

ଇଡର୍ସଲଫେଜ

ଉଇକିପିଡ଼ିଆ‌ରୁ
ଇଡର୍ସଲଫେଜ
Clinical data
AHFS/Drugs.commonograph
data
Pregnancy
category
  (verify)

ଇଡର୍ସଲଫେଜ, (ଇଂରାଜୀ ଭାଷାରେ Idursulfase), ବିକ୍ରୟ ନାମ ଇଲାପ୍ରେଜ (Elaprase), ହେଉଛି ଏକ ଔଷଧ ଯାହା ମ୍ୟୁକୋପଲିସାକାରାଇଡୋସିସ୍ II (MPS-II, ହଣ୍ଟର୍ ସିଣ୍ଡ୍ରୋମ) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ଏହା ଦୀର୍ଘକାଳୀନ ଭାବରେ ବ୍ୟବହୃତ ହୁଏ ।[୨] ଆୟୁଷ ଏବଂ ଜୀବନ ଗୁଣବତ୍ତା ଉପରେ ଏହାର ପ୍ରଭାବ ଅଦ୍ୟାପି ଅସ୍ପଷ୍ଟ ଅଛି ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ଜ୍ୱର, ମୁଣ୍ଡବିନ୍ଧା, ଉଚ୍ଚ ରକ୍ତଚାପ ଏବଂ ଲାଲ ମୁଖମଣ୍ଡଳ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସ, ବୁକୁଜ୍ୱାଳା, ଛାତି ଯନ୍ତ୍ରଣା ଏବଂ ଆନାଫାଇଲକସିସ ଅନ୍ତର୍ଭୁକ୍ତ ହୋଇପାରେ । ଏହା ଲାଇସୋସୋମାଲ୍ ଏନଜାଇମର ଏକ ଭିନ୍ନ ରୂପ, ଯାହା ଇଡୁରୋନେଟ୍-୨-ସଲଫାଟେଜ୍ ଭାବରେ ଜଣାଶୁଣା ଏବଂ ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ ହୁଏ ।[୧]

୨୦୦୬ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୦୭ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଇଡର୍ସଲଫେଜ୍ ଅନୁମୋଦିତ ହୋଇଥିଲା ।[୧] [୪] ଯୁକ୍ତରାଷ୍ଟ୍ରରେ ୩୫ କିଲୋଗ୍ରାମ ବିଶିଷ୍ଟ ଲୋକର ଏକ ବର୍ଷର ଚିକିତ୍ସା ପାଇଁ ପ୍ରାୟ ୪୭୫,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୫] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ୩୧୦,୦୦୦ ପାଉଣ୍ଡ ଅଟେ ।[୨]

  1. ୧.୦ ୧.୧ ୧.୨ ୧.୩ "Idursulfase Monograph for Professionals". Drugs.com (in ଇଂରାଜୀ). Archived from the original on 2 December 2021. Retrieved 25 November 2021.
  2. ୨.୦ ୨.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1116. ISBN 978-0857114105.
  3. "Idursulfase" (PDF). September 2009. Archived (PDF) from the original on 15 April 2021. Retrieved 25 November 2021.
  4. ୪.୦ ୪.୧ "Elaprase". Archived from the original on 11 December 2021. Retrieved 25 November 2021.
  5. "Idursulfase Prices, Coupons & Savings Tips - GoodRx". GoodRx. Retrieved 25 November 2021.